ସଂଯୁକ୍ତ କୃଷକ ସଂଗଠନ, ସଂକଳ୍ପ ପରିବାର, କୋଶଲ ସେନା ଓ ଜନସାଧାରଣ ମିଶିରାସ୍ତା ମରାମତି କଲେ l

 ସଂଯୁକ୍ତ କୃଷକ ସଂଗଠନ, ସଂକଳ୍ପ ପରିବାର, କୋଶଲ ସେନା ଓ ଜନସାଧାରଣ ମିଶିରାସ୍ତା ମରାମତି କଲେ                  

ସ୍ବରାଜ ବାର୍ତ୍ତା / ବରଗଡ :(ଯୋଗେନ୍ଦ୍ର ସାହୁ)ବରଗଡ଼ ଭଟଲି ରାସ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସଂଯୋଗ କରୁଥିବା ଏକମାତ୍ର ପ୍ରମୁଖ ରାସ୍ତା ବରଗଡ଼ ରାଣାପ୍ରତାପ ସ୍କୁଲ ପାଖ ଓଭରବ୍ରିଜ ତଳେ ଦୀର୍ଘ ଦିନ ହେଲା ଶୋଚ ନୀୟ ଅବସ୍ଥାରେ ପଡିରହିଥିଲା। ବର୍ଷା ସମୟରେ ପାଖାପାଖି ଦୁଇରୁ ତିନିଫୁଟ ପାଣି ଜମି ରହୁଥିଲା ଦୀର୍ଘ ଦୁଇମାସ ଧରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ତାର ସମାଧାନ କରାଯାଇନଥିଲା। ପ୍ରତ୍ୟକ ଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା ଏଣୁ ଆଜି ବରଗଡ଼ ସଂଯୁକ୍ତ କୃଷକ ସଂଗଠନ, ସଂକଳ୍ପ ପରିବାର, କୋଶଳ ସେନା ସହିତ ସ୍ଥାନୀୟ ବାସିନ୍ଦା ବାହାରି ନିଜ ନିଜ ଭିତରେ ୫୦, ୧୦୦ ଟଙ୍କା କଲେକସନ କରି ଉକ୍ତ ରାସ୍ତାର ମରାମତି କରିଥିଲେ। ଉକ୍ତ ରାସ୍ତାର ମରାମତି ସମୟରେ ସ୍ୱତ୍ତପୁତ ଭାବରେ ଶତାଧିକ ଲୋକ ଖବର ସଂଗ୍ରହ କରିବା ପାଈଁ ଆସିଥିବା ସାମ୍ବାଦିକ ବନ୍ଧୁ ମାନେ ମିଶି ଶ୍ରମଦାନ କରିଥିଲେ ଓ ମାତ୍ର ଦୁଇ ଘଣ୍ଟାର ପରିଶ୍ରମ ପରେ ଉକ୍ତ ରାସ୍ତାର ମରାମତି ସମ୍ପୂର୍ଣ କରିଥିଲେ।ଉକ୍ତ କାର୍ଯ୍ୟ ଦେଖି ଜନସାଧାରଣ ପ୍ରଂଶସା କରିଥିଲେ l

No comments

Powered by Blogger.