ରେଆର ତରଫରୁ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତି ମାନଙ୍କ ପକ୍ଷରୁ ଅଭିଭାବକ ସମ୍ମିଳନୀ

 

ରେଆର ତରଫରୁ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତି ମାନଙ୍କ ପାଇଁ ଅଭିଭାବକ ସମ୍ମିଳନୀ

ସ୍ବରାଜ ବାର୍ତ୍ତା/ କଳାହାଣ୍ଡି  - କର୍ଲାମୁଣ୍ଡା ସଦର ସ୍ଥିତ  ଦୂର୍ଗାମଣ୍ଡପ ପ୍ରାଙ୍ଗଣ ରେ ଗ୍ରାମୀଣ ସମୃଦ୍ଧି ଗବେଷଣା ପ୍ରତିଷ୍ଠାନ (ରେଆର) ତରଫରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ପୁନଃ ଥଇଥାନ କାର୍ଯ୍ୟକ୍ରମ ଅଧିନସ୍ତ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତି ମାନଙ୍କ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଟି ସାଧନ କର୍ମୀ ଶ୍ରୀ ପ୍ରଦୀପ କୁମାର ବେହେରା ଯୋଗଦେଇ ଭିନ୍ନକ୍ଷମ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା ଓ ପ୍ରାପ୍ୟ  ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ଅଙ୍ଗୱାଡ଼ି କର୍ମୀ, ଆଶା କର୍ମୀ, ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତି ମାନଙ୍କ ଅଭିଭାକ ମାନେ ଯୋଗଦେଇଥିଲେ। ରେଆରର କାଉନସିଲର ଶ୍ରୀ ମନୋଜ କୁମାର ସ୍ବାଇଁ ସ୍ବାଗତ ଜଣାଇବା ସହ ସଭା ପରିଚାଳନା କରିଥିଲେ । ରେଆରର ସାଧାରଣ ସମ୍ପାଦକ  ଅନଙ୍ଗ ନେଗି ରେଆର ଅନୁଷ୍ଠାନ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ରେଆରର ଭୌତିକ ଚିକିତ୍ସକ ଶ୍ରୀ ଅରୁପ କୁମାର ମେହେର ଭିନ୍ନକ୍ଷମ ଶିଶୁ ମାନଙ୍କ ଚିହ୍ନଟି କରଣ ଓ ଆଦ୍ୟ ହସ୍ତକ୍ଷେପ ସମନ୍ଧରେ ଆଲୋଚନା କରିଥିଲେ। ପରିସେଶଶରେ ଅଶୋକ କୁମାର ଝାଙ୍କର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଶିକ୍ଷକ ନୀଳକଣ୍ଠ ପଧାନ, କେୟାର ଗିଭର ଭାରତୀ ସାହୁ ଓ  ନିରୁପମା ସାହୁ ସହଯୋଗ କରିଥିଲେ।

No comments

Powered by Blogger.