ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଠିତ କ୍ରୀଡା ନାଁ ରେ ବ୍ୟକ୍ତିଗତ ଏକାଉଣ୍ଟ ରେ ଟଙ୍କା ଆଦାୟକୁ ନେଇ ଚର୍ଚ୍ଚା

 ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଠିତ  କ୍ରୀଡା ନାଁ ରେ ବ୍ୟକ୍ତିଗତ ଏକାଉଣ୍ଟ ରେ ଟଙ୍କା ଆଦାୟକୁ ନେଇ ଚର୍ଚ୍ଚା 


   ସ୍ବରାଜ ବାର୍ତ୍ତା /ଵଳାଙ୍ଗିର  (ପ୍ରଦୀପ ବାଗ) ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ବେଲଗାଁ ମୀନି ଷ୍ଟାଡିଅମ ଠାରେ ଜିଲ୍ଲାସ୍ତରୀୟ   କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ଉଦଘାଟନି ଉତ୍ସବ ମୁଖ୍ୟ ଅତିଥିଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଟିଟିଲାଗଡ଼ ଡି ଏ ଭି କଲେଜ ପୂର୍ବତନ ଅଧକ୍ଷ ଶିବପ୍ରସାଦ ବେହେରା, ଡି ପିଇଓ ପ୍ରଦୀପ କୁମାର ପାତ୍ର,  ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ, ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ବେହେରା, ସମିତି ସଭ୍ୟା ଆରତୀ ସେଠ ବେଲଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ମିଶ୍ର   ପ୍ରମୁଖ  ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ ।


 ଏଥିରେ ଜିଲ୍ଲା ର ୧୪ ଗୋଟି ବ୍ଲକ ର ଛାତ୍ରୀ ଛାତ୍ରୀ ମାନେ ବିଭିନ୍ନ  ଖେଳ ପ୍ରତିଯୋଗିତା ରେ ଭାଗ ନେଇ ଥିବା ବେଳେ  ଉତୀନ୍ନ କରିଛନ୍ତି   ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତର କୁ ଖେଳିବା ର ସୁଯୋଗ ପାଇବେ ବୋଲି ଶ୍ରୀ ନାଗ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି   ଅନ୍ୟ ପକ୍ଷେ  ଏହି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ  ସରକାର ଙ୍କ ପକ୍ଷ ରୁ ଲକ୍ଷା ଧିକ ଟଙ୍କା ଯୋଗାଇଦିଆଯାଇଥବା ବେଳେ  ଜଣେ କ୍ରୀଡା ଶିକ୍ଷୟତ୍ରୀ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା  ପାଇଁ ଏକ ବ୍ୟକ୍ତି ଗତ ଏକାଉଣ୍ଟ ନମ୍ବର ରେ କ୍ଯୁଆର କୋଡ଼ ମାଧ୍ୟମରେ  ଟଙ୍କା ଆଦାୟ  କରାଯାଉଥିବା ସାମାଜିକ ଗଣମାଧ୍ୟ ରେ  କ୍ଯୁଆର କୋଡ଼ ଓ ଟଙ୍କା ପଠାଯାଇଥିବା କ୍ରିନ ସଟ ଘୁରିବୁଲୁଛି ଯାହା ଚର୍ଚ୍ଚା ର ବିଷୟ ପାଲଟିଛି ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ଙ୍କୁ ପଚାରିବାରୁ ଜିଲ୍ଲା ସ୍ତରୀୟ କ୍ରୀଡା ପାଇଁ  ସରକାର ଙ୍କ ପକ୍ଷ ରୁ ସହାୟତା ପ୍ରଦାନ କରାଯାଇଥାଏ ଯଦି କିଏ କ୍ରୀଡା ପ୍ରତିଯୋଗିତା ପାଇଁ ଟଙ୍କା ଆଦାୟ କରିଥାଏ ତାହେଲେ ତଦନ୍ତ କରି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ବ୍ଲକ ଶିକ୍ଷା ବିଭାଗ ର  ସୂଚନା ଅନୁସାରେ  ସଇଁତଳା ବ୍ଲକ ରେ ଥିବା 1୬୧ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ  ପ୍ରତେକ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଠାରୁ ୫ ଶହ ଓ ବ୍ଲକ ର ସମସ୍ତ ହାଇସ୍କୁଲ ଠାରୁ 2 ହଜାର ଟଙ୍କା ଆଦାୟ କରାଯାଇଥିବା ଜଣା ପଡିଛି

No comments

Powered by Blogger.