ବିଭିନ୍ନ ସମସ୍ୟା କୁ ନେଇ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ

 ବିଭିନ୍ନ ସମସ୍ୟା କୁ ନେଇ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ

ସ୍ବରାଜ ବାର୍ତ୍ତା/ଵଳାଙ୍ଗିର (ପ୍ରଦୀପ ବାଗ) ସଇଁତଳା ବ୍ଲକ କୁଇକେଡା ପଞ୍ଚାୟତର ବିଭିନ୍ନ ସମସ୍ୟା କୁ ନେଇ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଅଭିଯୋଗ ଅନୁସାରେ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲି ଗାଁ ରେ ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ଲାଗି ରହିଛି  ତେବେ ଗାଁ ର ରାସ୍ତା ଠିକ ନ ଥିବା ସହ ଗାଁ କୁ ବିଶୁଦ୍ଧ ଜଳ ଯୋଗାଇ ଦେବାପାଇଁ ସରକାର ପକ୍ଷରୁ ପାଣି ଟାଙ୍କି ବ୍ୟବସ୍ଥା କରାଯାଇଛି ହେଲେ ଗାଁ କୁ ପାଣି ସଂଯୋଗ କରିବା ପାଇଁ ବର୍ଷେ ରୁ ଉର୍ଦ୍ଧ୍ବ ହେବ କେବଳ ପାଣି ପାଇପ ବିଛା ହୋଇଛି ହେଲା ପାଣି ଯୋଗାଯୋଗ ହୋଇନାହିଁ। ଗାଁ ରେ ବାରୁମ୍ବାର ବିଦ୍ୟୁତ କାଟ ହୋଇଥିବା ବେଳେ ଲୋକ ମାନଙ୍କ ସଧାରଣ ଜୀବନ ଜାପନରେ ପ୍ରଭାପତି ହୋଇପଡିଛି। ତେବେ ଏହି ସବୁ ସମସ୍ୟା କୁ ନେଇ ଗାଁ ଲୋକେ ଦୀର୍ଘ ଦିନ ହେବ ପ୍ରଶାସନ ଠୁ ଆରମ୍ଭ କରି ନେତା ମନ୍ତ୍ରୀ କୁ ବି ଗୁହାରି କରୁଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ତେବେ ଆଜି ଯୁବ ନେତା ସାମୁଏଲ ନନ୍ଦଙ୍କ ନେତୃତ୍ୱରେ ବାଧ୍ୟ ହୋଇ କିଛି ପଞ୍ଚାୟତ ପ୍ରତିନିଧି ସମେତ ଗାଁ ର ଶତାଧିକ ମହିଲା ବ୍ଲକ କାର୍ଯ୍ୟାଳୟ କୁ ଆସି ପ୍ରତିବାଦ କରିବା ସହ ସ୍ଥାୟୀ ସମାଧାନ ପାଇଁ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଇକେଡା ନାଏବ ସରପଞ୍ଚ ବନ୍ଦିତା ପଟେଲ, ୱାର୍ଡ ସଭ୍ୟ କଜଳୀ ମଲିକ, ପୂର୍ବତନ ସମିତି ସଭ୍ୟ ବାରୁ ନନ୍ଦ, ଆରତୀ ନନ୍ଦ, ରମେଶ ମହାନନ୍ଦ, ବିନୋଦିନୀ ଆଡଜୁଆ, ଜାନକୀ ନନ୍ଦ, ସୂର୍ଯ୍ୟକାନ୍ତ କୁମ୍ଭାର, ସୁମି ବାଗ ଓ କଞ୍ଚନୀ ବାରିକ ଉପସ୍ଥିତ ଥିଲେ।

No comments

Powered by Blogger.