କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ସ୍ବରାଜ ବାର୍ତ୍ତା /ଵଳାଙ୍ଗିର( ପ୍ରଦୀପ ବାଗ) ସଇଁତଳା ବ୍ଲକ କୁମ୍ଭାରୀ ପଞ୍ଚାୟତ ଡୁମେର ମୁଣ୍ଡା ସରକାରୀ ପ୍ରାଥମିକ କେନ୍ଦ୍ର ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶୈଳେନ୍ଦ୍ରି ମହାନନ୍ଦ ସମ୍ମାନିତ ଅତିଥିଭାବେ ଏବିଇଓ ନାରାୟଣ ଭୋଇ, ବିଆରସି ନରେନ୍ଦ୍ର ସାହୁ, ଏବିଓ ଶେଷଦେବ ପଧାନ ସିଆର ସିସି ହରେକୃଷ୍ଣ ନାଗ, ଟିକେଶ୍ୱର ଭୋଇ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ | ସିଆରସିସି ଉପେନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ନିରଞ୍ଜନ ମାଝୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉଦଯାପନୀ ସଭାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ | କ୍ଲଷ୍ଟର ଅନ୍ତର୍ଗତ ୧୧ ବିଦ୍ୟାଳୟର ଛାତ୍ରଛାତ୍ରୀ ଡ୍ରଇଂ, ସୃଜନୀ ଲିଖନ, ଡିବେଟ, ପ୍ରବନ୍ଧ ଲିଖନ, ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ | ୧୧ ଜଣ କୃତି ପ୍ରତିଯୋଗୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ | ଶିକ୍ଷକ କ୍ଷିରାଦ୍ରୀ କାଠର ଧନ୍ୟବାଦ ଅର୍ପଣ କରିଥିଲେ | କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Post a Comment