କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫
କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫
ସ୍ବରାଜ ବାର୍ତ୍ତା /କଳାହାଣ୍ଡି - କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଅନ୍ତର୍ଗତ ରେଗେଡା ଆଞ୍ଚଳିକ ଶିକ୍ଷା ସାଧନ କେନ୍ଦ୍ର ଆନୁକୁଲ୍ୟରେ ଜଗଦିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ମୁଖ୍ୟ ଅତିଥି ,ସୈଳେନ୍ଦ୍ର କୁମାର ନାୟକ, ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ରେଗେଡାର ପ୍ରଧାନ ଶିକ୍ଷକ,ଅରୁଣ କୁମାର ପ୍ରଧାନ, କଣ୍ଡରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରସାଗର ସାହୁ ଜଗଦୀଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସି ଆର ସିସି ପ୍ରଭାବ ରଞ୍ଜନ ବନଛୋର, ସି ଆର ସିସି ଯୁଗଳ ନାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପରିପ୍ରକାଶ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଏବଂ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ସେହିପରି ଉଦଯାପନୀ ଉତ୍ସବ ରେ ରେଗେଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦିପ୍ତିରାଣି ସାହୁ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ମୁଖ୍ୟ ବକ୍ତା ଥିବା ବେଳେ ସୈଳେନ୍ଦ୍ର କୁମାର ନାୟକ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ରେଗେଡାର ପ୍ରଧାନ ଶିକ୍ଷକ,ଅରୁଣ କୁମାର ପ୍ରଧାନ, କଣ୍ଡରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରସାଗର ସାହୁ, ଜଗଦୀଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସି ପ୍ରଭାବ ରଞ୍ଜନ ବନଛୋର,ଯୁଗଳ ନାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ସଂଯୋଜନା ଦାୟିତ୍ୱ ଅର୍ପଣ କରିଥିଲେ ଜିତେନ୍ଦ୍ର ପଣ୍ଡା ଓ ସୁମନ୍ତ ସାହୁ।

Post a Comment