ନଵଭାରତ ସାକ୍ଷରତା ଅଭିଯାନ ପକ୍ଷରୁ ଉଲ୍ଲାସ ଏଫ ଏଲ ଏନ ଏଟିର ଶିକ୍ଷାର୍ଥୀଙ୍କୁ ନେଇ ପରିକ୍ଷା
ନଵଭାରତ ସାକ୍ଷରତା ଅଭିଯାନ ପକ୍ଷରୁ ଉଲ୍ଲାସ ଏଫ ଏଲ ଏନ ଏଟିର ଶିକ୍ଷାର୍ଥୀଙ୍କୁ ନେଇ ପରିକ୍ଷା
ସ୍ବରାଜ ବାର୍ତ୍ତା /ଭବାନୀପାଟଣା -ନବଭାରତ ସାକ୍ଷରତା ଅଭିଯାନ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଏଫଏଲଏନଏଟି ର ଶିକ୍ଷାର୍ଥୀମାନଙ୍କର ପରୀକ୍ଷା ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଗlଧୁପୁର ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାରେ ସମୁଦାୟ ୩୦ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ଏଥି ନିମନ୍ତେ ଅତିରିକ୍ତ ଶିକ୍ଷାଧକାରୀ ତଥା (ଏନ ଆଇ ଏଲ ପି)ନୋଡାଲ ଅଧିକାରୀ ଗୋପମନୀ ସାହୁ ଓ ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ ପରିଭ୍ରମଣରେ ଯାଇ ପରୀକ୍ଷାର୍ଥୀଙ୍କୁ ଯାଞ୍ଚକରି ସନ୍ତୋଷ ପ୍ରକାଶ କରିଥିଲେ।
କର୍ଲାମୁଣ୍ଡl କ୍ଲଷ୍ଟର କର୍ଲାମୁଣ୍ଡା ବ୍ଲକର ଅନ୍ୟ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁରୁଜୁଳୀ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଥିଲେ ପରିକ୍ଷାର୍ଥୀ ମାନେ ଠିକ ଭାବରେ ପରିକ୍ଷା ଦେଉଥିବାରୁ ଶ୍ରୀ ସାହୁ ସନ୍ତୋଷ ଜନକ ହୋଇଥିଲେ।ପ୍ରକାଶ ଥାଉ କି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ନିମନ୍ତେ କର୍ଲlମୁଣ୍ଡା ବ୍ଲକର ୫୬ ଟି ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ୧୧୩୩ ଜଣ ପରୀକ୍ଷାର୍ଥୀ ଉପସ୍ଥାନ କରି ପରୀକ୍ଷା ହୋଇଛନ୍ତି। ଏଥିପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଗୋଷ୍ଠୀ ଶିକ୍ଷା ଅଧିକାରୀ ସହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସମସ୍ତ ୮ ଜଣ ସିଆରସିସି ୧୧୩୩ ଜଣ ପରୀକ୍ଷାର୍ଥୀ ଓ ଭିଟି ମାନଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନେତୃତ୍ବ କୁ ଧନ୍ୟବାଦ ଜଣାଇଛନ୍ତି।


Post a Comment