ରାଧାଗୋବିନ୍ଦ ସଂସ୍କୃତିକ ଅନୁଷ୍ଠାନ ର ୨୧ ତମ ପ୍ରତିଷ୍ଠା ଦିବସ ଓ ନୂଆଖାଇ ଭେଟଘାଟ

 ରାଧାଗୋବିନ୍ଦସାଂସ୍କୃତିକ ଅନୁଷ୍ଠାନ ର ୨୧ ତମ ପ୍ରତିଷ୍ଠା ଦିବସ  ଓ ନୂଆଖାଇ ଭେଟଘାଟ


         ଦର୍ଶକ ମନକୁ ମୋହିଲା ରାଜୁ ନନ୍ଦ ଅର୍କେଷ୍ଟା

  ସ୍ବରାଜ ବାର୍ତ୍ତା / ଭବାନୀପାଟଣା - କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ  ଭଟାପଲା  ଠାରେ ରାଧାଗୋବିନ୍ଦ ସାଂସ୍କୃତିକ ଅନୁଷ୍ଠାନ ର ୨୧ ତମ ପ୍ରତିଷ୍ଠା ଦିବସ  ଓ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭା ରେ ଅନୁଷ୍ଠାନ ର ସଭାପତି ରାଜ୍ ପ୍ରତାପ ନାଏକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଵୋରପଦର ସରପଞ୍ଚ ସୁବାଷ ସାହୁ, ବିଜେଡି ବ୍ଲକ ସଭାପତି ଯଶୋବନ୍ତ ସାହୁ,ପୂର୍ବତନ ସରପଞ୍ଚ ମାଧବ ସାହୁ,ପୂର୍ବତନ ସମିତି ସଭ୍ୟ ବୈଷ୍ଣବ ସାହୁ,ସାମ୍ବାଦିକ ପ୍ରଦୀପ କୁମାର ସାହୁ,ସାମ୍ବାଦିକ ନବୀନ କୁମାର ସାହୁ, ବନପାଳ ସମ୍ପଦ କୁମାର ,ସ୍ଥାନୀୟ ହାଇସ୍କୁଲ ର ହିନ୍ଦୀ ଶିକ୍ଷକ ବିଶ୍ଵାମିତ୍ର ଭୋଇ,ୱାର୍ଡ ମେମ୍ବର ଭାସ୍କର ସାହୁ, ମୁକେଶ କୁମାର,ରମେଶ ସାହୁ,ସରୋଜ ସାହୁ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ବିଭିନ୍ନ ପଦକ୍ଷେପ କୁ ପ୍ରଶଂସା କରିଥିଲେ।ସଭା କାର୍ଯ୍ୟ କୁ କ୍ଷୀର ସାଗର କୁମାର ସଂଯୋଜନା କରିଥିଲେ।ତେବେ ବଲାଙ୍ଗୀର ଏଲ ଏକ୍ସ ମ୍ୟୁଜିକ ସୁର ସଙ୍ଗମ କଳାକାର  ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦଶର୍କ ମାନେ ଉପଭୋଗ କରିଥିଲେ।

No comments

Powered by Blogger.