କର୍ଲାମୁଣ୍ଡା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ଯୋଗଦେଲେ ସୁଶ୍ରୀ ସୁଚରିତା ମୁଗ୍ରୀ
କର୍ଲାମୁଣ୍ଡା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ଯୋଗଦେଲେ ସୁଶ୍ରୀ ସୁଚରିତା ମୁଗ୍ରୀ
ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ଲାମୁଣ୍ଡା ମିଡ଼ିଆ କ୍ଲବ
ସ୍ବରାଜ ବାର୍ତ୍ତା /କଳାହାଣ୍ଡି -କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସୁଶ୍ରୀ ସୁଚରିତା ମୁଗ୍ରୀ ବୁଧବାର ଦିନ କାର୍ଯ୍ଯରେ ଯୋଗଦାନ କରିଛନ୍ତି।ସେ ପୂର୍ବରୁ ବଲାଙ୍ଗିର ଜିଲ୍ଲା ରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ। ଏଥିରେ କର୍ଲାମୁଣ୍ଡା ମିଡ଼ିଆ କ୍ଲବର ସଭାପତି କାହ୍ନୁଚରଣ ସାହୁଙ୍କ ନେତୃତ୍ବରେ ସଂପାଦକ ନବୀନ କିଶୋର ସାହୁ, ସାମ୍ବାଦିକ ଶୁଶାନ୍ତ ମଲ୍ଲିକ, ରମେଶ ବାରିକ, ଗୋପବନ୍ଧୁ ସାହୁ, କୁଞ୍ଜ ସାହୁ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଭାଗୀୟ ପଦୋନ୍ନତି ପାଇବା ପରେ ବିଡ଼ିଓ ସୁଚରିତା ମୁଗ୍ରୀ ପ୍ରଥମେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଞ୍ଚଳରେ ବେଆଇନ ଦୁର୍ନିତୀ , ଅସାମାଜିକ କାର୍ଯ୍ୟକଳାପ ଉପରେ କଡା ନଜର ରଖି ଜନସାଧାରଣଙ୍କ ସହ ମିଶି ସମସ୍ୟା ଗୁଡିକର ସମାଧାନ କରିବା ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟା ରେ ସୁଶ୍ରୀ ବିଡ଼ିଓ ସୁଚରିତା ମୁଗ୍ରୀ କହିଛନ୍ତି।ଆଜି କାର୍ଯ୍ଯରେ ଯୋଗଦାନ ପରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ପ୍ରକାଶ ଥାଉକି ସୁଶ୍ରୀ ସୁଚରିତା ମୁଗ୍ରୀ ଗତ ୨.୧୦.୨୦୨୨ ରୁ ୩୧ .୧.୨୦୨୪ ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ଯ କରିଥିଲେ। ବର୍ତ୍ତମାନ ଦ୍ବିତୀୟ ଥର ପୁନଃ ର ଯୋଗଦାନ କରିଛନ୍ତି।

Post a Comment