କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫

 କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫

 ସ୍ବରାଜ ବାର୍ତ୍ତା /କଳାହାଣ୍ଡି  - କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ଆଞ୍ଚଳିକ ସାଧନ କେନ୍ଦ୍ର କର୍ଲାମୁଣ୍ଡା ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁରୁଜୁଲି ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଅଛି  l ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ କ୍ଲଷ୍ଟର ଅନ୍ତର୍ଗତ ୯ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ  l  କାର୍ଯ୍ୟକ୍ରମ ର ଉଦଯାପନୀ ସଭାରେ ଜିଲ୍ଲା ପରିଷଦ ସଭ୍ୟ ଜୋନ ୧ କର୍ଲାମୁଣ୍ଡା ମହେନ୍ଦ୍ର ରଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଳେ  ଅତିରିକ୍ତ  ଗୋଷ୍ଠୀ ଶିକ୍ଷା ଅଧିକାରୀ  ଗୋପାମଣୀ ସାହୁ ଓ  ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କର୍ଲାମୁଣ୍ଡା ପ୍ରଶନ୍ନ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ହୋଇ ସୁରଭି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ପରିପ୍ରକାଶ କରିବା ସହିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ  ଏବଂ ପରିଶେଷରେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ  ପ୍ରସନ୍ନ କୁମାର ସାହୁ  ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଟିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହାୟତା ପ୍ରଦାନ କରିଥିଲେ  l

No comments

Powered by Blogger.