ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟରେ ଆଜି ପୋଷଣ ମାସ ୨୦୨୫ ପାଳିତ

 ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟରେ ଆଜି ପୋଷଣ ମାସ ୨୦୨୫ ପାଳିତ

ସ୍ବରାଜ ବାର୍ତ୍ତା/ବରଗଡ଼ (ଯୋଗେନ୍ଦ୍ର ସାହୁ ): ଆଜି ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ସଂଯୋଜିକା  ଶ୍ରୀମତୀ ନମିତା ବିଶିଙ୍କ ସବାପତିତ୍ବରେ ପୋଷଣ ମାସ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଦେବତା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟର ମହତ୍ବ ଉପରେ ଦିଗ୍ ଦର୍ଶନ ଦେଇଥିଲେ। ସଂଯୋଜିକା ଶ୍ରୀମତୀ  ବିଶି ପୋଷଣ ତତ୍ତ୍ବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।ମଞ୍ଚରେ ଶ୍ରୀ ନିହାର ରଂଜନ ତ୍ରିପାଠୀ ତଥା ଶ୍ରୀମତୀ ସଙ୍ଗୀତା ଦାଶ ଉପସ୍ଥିତ ଥିଲେ ।

No comments

Powered by Blogger.