ବୁଢ଼ାବାହାଲ ସମିତିସଭ୍ୟଙ୍କୁ ଆକ୍ରମଣ ଘଟଣା, ୨୫ ଦିନ ପରେ ବି ପୁଲିସ ହାତ ଖାଲି ଅଭିଯୁକ୍ତ କୁ ଗିରଫ ଦାବୀରେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଥାନା ଘେରାଉ କଳା ଆଦିବାସୀ ଦଳିତ ସଂଘ
ବୁଢ଼ାବାହାଲ ସମିତିସଭ୍ୟଙ୍କୁ ଆକ୍ରମଣ ଘଟଣା, ୨୫ ଦିନ ପରେ ବି ପୁଲିସ ହାତ ଖାଲି ଅଭିଯୁକ୍ତ କୁ ଗିରଫ ଦାବୀରେ
ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଥାନା ଘେରାଉ କଳା ଆଦିବାସୀ ଦଳିତ ସଂଘ
ସ୍ବରାଜ ବାର୍ତ୍ତା / ଵଳାଙ୍ଗୀର ୧।୧୧( ପ୍ରଦୀପ ଵାଗ) ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ବୁଢ଼ାବାହାଲ ପଞ୍ଚାୟତ ସମିତିସଭ୍ୟ ମଦନ ନାଗଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ରେ ଦଳିତ ଆଦିବାସୀ ସଂଘ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ମିଳିତ ରେ ଅଭିଯୁକ୍ତ ଙ୍କୁ ଗିରଫ ଦାବୀ ରେ ଥାନା ଘେରାଉ ହୋଇଯାଇଛି ଗତ ୬ ତାରିଖ ରେ ସମିତି ସଭ୍ୟ ମଦନ ନାଗ ସଇତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ୨୫ ଦିନ ବିତିଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତ କୁ ପୁଲିସ ଗିରଫ କରିପାରିନାହିଁ ଏ ନେଇ ଆଜି ସଇନ୍ତଳା ବ୍ଳକ ଆଦିବାସୀ ଦଳିତ ସଂଘ ଓ ମାନବ ଅଧିକାର ସୁରକ୍ଷା ଅଭିଯାନ ମଞ୍ଚ ର ମିଳିତ ରେ ଶତାଧିକ ଆଦିବାସୀ ସ୍ଥାନୀୟ ଡାକବଙ୍ଗଳା ପଡିଆରେ ଏକତ୍ରିତ ହେବା ପରେ ପାରମ୍ପରିକ ବାଜା,ଅସ୍ତ୍ର ଶସ୍ତ୍ର ଧରି ବିରାଟ ଶୋଭାଯାତ୍ରା ରେ ବାହାରି ସଇଁତଳା ଇଷ୍ଟ ଦେବୀ ମା ଚଣ୍ଡେଶ୍ୱରୀ ମନ୍ଦିର ରେ ପୂଜାଚାର୍ଚ୍ଚ ନା ପରେ ସହର ପରୀକ୍ରମା କରି ଥାନା ସମ୍ମୁଖରେ ରେ ବିକ୍ଷୋଭ ପ୍ରଦର୍ଶନ କରି ବିଭିନ୍ନ ନରା ବାଜି କରିବା ପରେ ଥାନା ସମ୍ମୁଖରେ ପ୍ରତିବାଦ ସଭା କରି ମୁଖ୍ୟ ଅଭିଯୁକ୍ତ ବିନେଶ ଗହୀର ଙ୍କୁ ଗିରଫ କରିବାକୁ ଦାବିକରିଥିଲେ ପରେ ଟିଟିଲାଗଡ଼ ଏସ ଡି ପିଓ ଯଶୋବନ୍ତ ପଧାନୀ ପହଞ୍ଚି ବିକ୍ଷୋଭ କାରୀଙ୍କୁ ବୁଝା ସୁଜା କରି ଅଭିଯୁକ୍ତ କୁ ଗିରଫ କରିବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଏହି ସମୟରେ ଆଦିବାସୀ ଦଳିତ ସଭାପତି ପ୍ରେମ ଭୋଇ, ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ବଳଦେବ କୁମ୍ଭାରକୁ,ଆଦିବାସୀ କଲ୍ୟାଣ ସଇଁତଳା( ଶାଖା) ସଭାପତି ସନ୍ତୋଷ ପୁଟା, ଆଦିବାସୀ ନେତା ତଥା ସଇଁତଳା ବ୍ଲକ ଉପାଧ୍ୟାକ୍ଷ ଗୁଣସାଗର ମାଝୀ,, ଆଇନଜୀବୀ ଦିନେଶ ନାଗ , ଦେବେନ୍ଦ୍ର ଭୋଇ ଙ୍କ ସମେତ ଶତାଧିକ ଦଳିତ ଆଦିବାସୀ ମାନେ ଉପସ୍ଥିତ ଥିଲେ ପ୍ରକାଶ ଥାଉକି, ବୁଢ଼ାବାହାଲ ପଞ୍ଚାୟତ ସମିତିସଭ୍ୟ ମଦନ ନାଗ ଗତ ୬ ତାରିଖ ସୋମବାର ସନ୍ଧ୍ୟାରେ ଆମ୍ବପାଲିଠାରୁ ନିଜଘର ବାବୁକେଲ ଗାଁକୁ ବାଇକ ଯୋଗେ ଫେରୁଥିଲେ।ଆମ୍ବପାଲି ଲାନୁନଦୀ ବ୍ରିଜ ନିକଟରେ ତାଙ୍କୁ ଅଭିଯୁକ୍ତ ବିଜେପି ନେତା ବିନେଶ ଗହୀର ଓ ତାଙ୍କ ସହଯୋଗୀମାନେ ଅଟକାଇ ବୁଢାବାହାଲ ପଞ୍ଚାୟତ ସରପଞ୍ଚ ଙ୍କ ଅଂସ୍ଥା ପ୍ରସ୍ତାବ କୁ କେନ୍ଦ୍ର କରି କଥା କଟାକଟି ହୋଇଥିଲା ଏହାପରେ ଶ୍ରୀ ନାଗ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ସେ ସଇନ୍ତଳା ଥାନାରେ ଏତଲା ଦେଇଥିଲେ ହେଁ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିଲା । ଏହର ପ୍ରତିବାଦରେ ପୂର୍ଵ ରୁ ଗତ ୮ ତାରିଖ ରେ ପ୍ରଥମେ ସଇଁତଳା ସମିତି ସଭ୍ୟ ସଂଘ ଅଭିଯୁକ୍ତ କୁ ଗିରଫ ଦାବୀକରିଥିଲା ପରେ ଗତ ୧୦ ତାରିଖ ରେ ଆଦିବାସୀ ଓ ଦଳିତ ସଂଘ ଓ ଥାନା ଅଧିକାରୀ ରଶ୍ମିତା ବେହେରା ଙ୍କୁ ଅଭିଯୁକ୍ତ କୁ ଗିରଫ କରାନଗଲେ ଥାନା ଘେରାଉ କରାଯିବ ବୋଲି ଦାବିପତ୍ର ରେ ଉଲ୍ଲେଖ ରହିଥିଲା ।

Post a Comment