ଯୋରାଡଵରା ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଖରିଫ ଧାନ ମଣ୍ଡି ପରିଚାଳନା ନେଇ ପ୍ରସ୍ତୁତି ବୈଠକ
ଯୋରାଡଵରା ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଖରିଫ ଧାନ ମଣ୍ଡି ପରିଚାଳନା ନେଇ ପ୍ରସ୍ତୁତି ବୈଠକ
ସ୍ବରାଜ ବାର୍ତ୍ତା /କଳାହାଣ୍ଡି - ଯୋରାଡବରା ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି ସଭା ଗୃହଠାରେ ଶନିବାର ଚଳିତ ବର୍ଷ ଖରିଫ ଋତୁରେ ହେବାକୁ ଥିବା ଧାନମଣ୍ଡି ବିଷୟରେ ଏକ ପ୍ରସ୍ତୁତି ବୈଠକ ସମବାୟ ସମିତିର ସଭାପତି ଦେବରାଜ ରଣାଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବୋରପଦର ପଞ୍ଚାୟତ ସରପଞ୍ଚ ସୁବାସ ସାହୁ, ବୋରପଦର ରାଜସ୍ବ ନିରୀକ୍ଷକ ଶୁଭ ଚିନ୍ତକ ନାଏକ, ଜୋରାଡ଼ବରା ରାଜସ୍ବ ନିରୀକ୍ଷକ ଗୌରହରି ମହଲା, ବରିଷ୍ଠ ଚାଷୀ ନୀଳାମ୍ବର ବେହେରା, ଚାଷୀ ପ୍ରତିନିଧି ଅବନୀ ପ୍ରସାଦ ସାହୁ, ଟିକୁନୁ ସାହୁ, ଧ୍ରୁବ ସାହୁ, ସମବାୟ ସମିତିର ଉପ ସଭାନେତ୍ରୀ ସଜନା ବତୀ ସାହୁ, ସମ୍ପାଦକ ସୁମନ୍ତ ସାହୁ ଏକତରାର ମା’ ଲଙ୍କେଶ୍ବରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଉପସ୍ଥିତ ରହି ମଣ୍ଡି ସୁପରିଚାଳନା ଉପରେ ଆଲୋଚନା କରିଥିଲେ। ଏଥିରେ ଚାଷୀମାନଙ୍କୁ ନେଇ ସମବାୟସ୍ତରୀୟ ଧାନକ୍ରୟ କମିଟି ଗଠନ କରାଯାଇଥିଲା।

Post a Comment