ବ୍ଲକ ସ୍ତରୀୟ ୭୬ ତମ ବ୍ଲକ ସ୍ତରୀୟ ୭୬ ତମ କଳାହାଣ୍ଡି ଜିଲ୍ଲା ଗଠିତ ଦିବସ ପାଳିତ କଳାହାଣ୍ଡି ଜିଲ୍ଲା ଗଠିତ ଦିବସ ପାଳିତ
ବ୍ଲକ ସ୍ତରୀୟ ୭୬ ତମ କଳାହାଣ୍ଡି ଜିଲ୍ଲା ଗଠିତ ଦିବସ ପାଳିତ
ସ୍ବରାଜ ବାର୍ତ୍ତା /କଳାହାଣ୍ଡି - କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଲକ ସ୍ତରୀୟ ୭୬ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମାରୋହ ଶନିବାର ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ଲାମୁଣ୍ଡା ସୁଶ୍ରୀ ସୁଚରିତା ମୁଗ୍ରୀ , ତହସିଲଦାର ଅରୁଣ ବର୍ଗେ, ଶିଶୁ ପ୍ରକଳ୍ପ ଅଧିକାରୀ କଳ୍ପଲତା ତ୍ରିପାଠୀ, ସରପଞ୍ଚ ସଙ୍ଘ ସଭାପତି ତଥା ସରଗୁଲ ମାଲପଡା ସରପଞ୍ଚ ବରୁଣ ଛତ୍ରିଆ, ବିଧାୟକ ପ୍ରତିନିଧି କାହ୍ନୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ର ଗୁଣ ଗାରିମା ଉପରେ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ମା ମାଣିକେଶ୍ବରୀ ଙ୍କ ଫୋଟୋ ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ, ପରେ ପରେ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ସଂଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ ରେଗେଡା ପଞ୍ଚାୟତ ପିଇଓ ବସନ୍ତ ମିଶ୍ର । ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବ୍ଲକର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ I

Post a Comment