ମୁହାଁ ମୁହିଁ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ମୁହାଁ ମୁହିଁ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

 ସ୍ବରାଜ ବାର୍ତ୍ତା (ସଂପାଦକ ନବୀନ କିଶୋର ସାହୁ)ସରଗରମ ହେବ ନୂଆପଡ଼ା ପ୍ରଚାର ମୈଦାନ । ନଭେମ୍ବର ପ୍ରଥମ ସପ୍ତାହରେ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟ ରାଜନୀତିରେ ଏହି ଦୁଇ ଶୀର୍ଷ ନେତା ମୈଦାନକୁ ଓହ୍ଲାଇବେ । ଏଥିପାଇଁ ଦୁଇ ଦଳ ପକ୍ଷରୁ ଜବରଦସ୍ତ ରଣନୀତି ପ୍ରସ୍ତୁତ କରାଯାଇଛି । ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କର ଏହା ପ୍ରଥମ ନିର୍ବାଚନ ପ୍ରଚାର ହେବ । ସେପଟେ ଭାବମୂର୍ତ୍ତି ଓ ଲୋକପ୍ରିୟତାର ଛାପ ରଖିଥିବା ନବୀନ, କ୍ଷମତାରୁ ଦୂରରେ ରହିଥିବାରୁ ତାଙ୍କ ପାଇଁ ଏହି ଉପ ନିର୍ବାଚନ ହେବ ଏସିଡ୍ ଟେଷ୍ଟ । ତେବେ ରାଜନୀତି ସମୀକ୍ଷକଙ୍କ ମତରେ, ଏହି ଦୁଇ ତୁଙ୍ଗ ନେତାଙ୍କ ପ୍ରଚାର ନୂଆପଡ଼ାର ଭୋଟ୍ ଗଣିତକୁ ଏପଟସେପଟେ କରିଦେଇପାରେ ।ଓଡ଼ିଶା ରାଜନୀତିର ଏହି ତୁଙ୍ଗ ରାଜନେତା ନୂଆପଡ଼ା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧିଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ାର ଏହି ଉପନିର୍ବାଚରେ ସରକାର ଭାଙ୍ଗିବ ନାହିଁ କି ନୂଆ ସରକାର ଗଢ଼ିବ ନାହିଁ। କିନ୍ତୁ ଏହି ନିର୍ବାଚନର ମୋଡକୁ ସାରା ରାଜ୍ୟବାସୀ ଅନାଇ ବସିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଭେମ୍ୱର ପ୍ରଥମ ସପ୍ତାହରେ ନୂଆପଡ଼ା ଆସୁଛନ୍ତି। ଆଉ ନୂଆପଡ଼ାରେ ମାରାଥନ ପ୍ରଚାର କରିବେ ମୋହନ। ଓଡ଼ିଶା ସରକାରର ଏହି ମୁଖିଆଙ୍କ ଲୋକପ୍ରିୟତାର ଏସିଡ ଟେଷ୍ଟ ହେବାକୁ ଯାଉଛି। ତାଙ୍କ ପାଖରେ କ୍ଷମତା ଅଛି,ଲୋକପ୍ରିୟତା ଅଛି, କେନ୍ଦ୍ରରେ ମୋଦି ସରକାରର ସମର୍ଥନ ଅଛି,ଆଉ ଏହି ସବୁ ବଳ ନେଇ ଏହି ଉପନିର୍ବାଚନ ରେ ଲଢେ଼ଇ କରୁଛନ୍ତି ମୋହନ।୨୪ ବର୍ଷ ଧରି ଲଗାତାର ଓଡ଼ିଶାରେ ଶାସନ କରିଥିବା ଆଉ ଜଣେ ଲୋକପ୍ରିୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ। ଦଳୀୟ ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ ନଭେମ୍ବର ୩ ଓ ୭ ଦୁଇ ଦିନ ପ୍ରଚାର କରିବେ। ଗୋଟିଏ ରୋଡ ସୋ ଓ ଆଉ ଏକ ରାଲିରେ ଯୋଗଦେବାର କାର୍ଯକ୍ରମ ରହିଛି। କ୍ଷମତାରୁ ଯିବା ପରେ ଏହି ଉପନିର୍ବାଚନ ନବୀନଙ୍କ ପାଇଁ ମଧ୍ଯ ଏସିଡ ଟେଷ୍ଟ। ନିର୍ବାଚନର ପରିଣାମ କଣ ହେବ ତାହାର ପୂର୍ବାନୁମାନ ସହଜରେ କରି ହୁଏ ନାହିଁ। ତାହାର କାରଣ ହେଉଛି ସଧାରଣ ଲୋକ ବା ଭୋଟରଙ୍କ ମନରେ କଣ ଚାଲିଛି ତାହା କେହି କହି ପାରିବେ ନାହିଁ। ତେଣୁ ସବୁ ନିର୍ବାଚନ ଉପରେ ଏକ ବଡ ଉତ୍କଣ୍ଠା ରହିଥାଏ କି ନିର୍ବାଚନ ଫଳାଫଳ କଣ ହେବ। ସେପଟେ ପ୍ରାର୍ଥୀ ଘାସିରାମ ଙ୍କୁ ଧରି ପ୍ରଚାର ମଇଦାନରେ ଅଛନ୍ତି ପିସିସି ସଭାପତି ଭକ୍ତ ଦାସ। ଜାତୀୟ ରାଜନୀତିରେ ଭକ୍ତଙ୍କୁ ଜଣେ ପୋଖତ ରାଜନୀତିଜ୍ଞ ବୋଲି କୁହାଯାଏ। ଆଉ ନୂଆପଡ଼ାର ଏହି ଉପନିର୍ବାଚନ ଭକ୍ତଙ୍କ ପାଇଁ ମଧ୍ୟ କିଛି ଅଗ୍ନି ପରୀକ୍ଷାରୁ କମ ନୁହେଁ।

No comments

Powered by Blogger.